ରାଜ୍ୟରୁ ସୁସ୍ଥ ହେଲେ ୧୦୨୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୦୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ରାଜ୍ୟରେ ୧୨,୮୭,୯୪୧ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୩୪, କଟକରୁ ୨୦୫ ଏବଂ ସୁନ୍ଦରଗଡ଼ରୁ ୧୦୬ ଜଣ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ୫୨, ସମ୍ବଲପୁରରୁ ୩୧,ଝାରସୁଗୁଡାରୁ ୨୯, ପୁରୀରୁ ୨୮, ଜଗତସିଂହପୁରରୁ ୨୩, କେନ୍ଦ୍ରାପଡ଼ାରୁ ୧୮, ନୟାଗଡ଼ରୁ ୧୮, ଭଦ୍ରକାୁ ୧୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୧୨, ଅନୁଗୋଳରୁ ୧୧, ବାଲେଶ୍ୱରରୁ ୧୧, କଳାହାଣ୍ଡିରୁ ୧୦, ସୋନପୁର ୯, ଢେଙ୍କାନାଳରୁ ୮, ନବରଙ୍ଗପୁର ୫, ରାୟଗଡ଼ରୁ ୫,କୋରାପୁଟରୁ ୪, ଗଜପତିରୁ ୩, କନ୍ଧମାଳ ୩, ବରଗଡ଼ରୁ ୨, ଦେବଗଡ଼ରୁ ୨, ଗଞ୍ଜାମରୁ ୨, ମାଲକାନଗିରିରୁ ୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୭୯ ଜଣ ଅଛନ୍ତି।

Share