ରାଜ୍ୟରେ ଅସହ୍ୟ ଶୀତ, ଅନୁଗୋଳ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ଅନୁଗୋଳ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ମଙ୍ଗଳବାର ସକାଳୁ ଅନୁଗୋଳର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍‌ ରହିଥିବା ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ତାପମାତ୍ରା ୫.୬, ଦାରିଙ୍ଗିବାଡି ୬ ଡିଗ୍ରୀ, କେନ୍ଦୁଝର ୬.୨, ଫୁଲବାଣୀ ୬.୫ ଡିଗ୍ରୀ, ଟିଟଲାଗଡ ୮, ଝାରସୁଗୁଡା ୮ ଡିଗ୍ରୀ, ତାଳଚେର ୮.୬, ସମ୍ବଲପୁର ୮.୬, ସୁନ୍ଦରଗଡ ୯, କଟକ-୯, ବାଲେଶ୍ୱର ୯.୪, ହୀରାକୁଦ ୯.୬, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।

Share