ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ: କଳାହାଣ୍ଡିରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୪।୩(ବ୍ୟୁରୋ): ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କଳାହାଣ୍ଡି ଜିଲ୍ଲାର ୨୯ବର୍ଷୀୟ ଯୁବକ କରୋନା ଭୁତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ବହାରିନରୁ ଫେରିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି, ତାଙ୍କୁ ବର୍ତ୍ତମାନ ଟ୍ରେସ କରାଯାଉଛି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଳାହାଣ୍ଡିରେ କରୋନା ଆକ୍ରାନ୍ତ ପ୍ରଥମ ଘଟଣା।
ଶନିବାର ମୋଟ ୩୦୪ଟି ନମୂନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଆରଏମଆରସିରେ ୨୨୩, ଏମ୍ସରେ ୩୮ ଓ କଟକ ଏସସିବିରେ ୪୩ଟି ନମୂନା ପରୀକ୍ଷା ହୋଇଥିଲା। ସେଥିରୁ ଗୋଟିଏ ପଜିଟିଭ ଆସିଥିବା ବେଳେ ବାକି ସବୁର ରିପୋର୍ଟ ନେଗେଟିଭ ଆସିଛି।

Share