ରାଜ୍ୟରେ ଆଉ ନିର୍ମାଣ ହେବ ୪ ପ୍ଲାନେଟାରିୟମ,ଖର୍ଚ୍ଚ ହେବ ୩୦ କୋଟି

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟର ୩୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାରେ ଏହି ପାର୍କ ନିର୍ମାଣ କରାଯିବ। ଏଥିସହ ୪ଟି ସ୍ଥାନରେ ନୂତନ ପ୍ଲାନେଟାରିୟମ ନିର୍ମାଣ କରାଯିବ। ସେଗୁଡ଼ିକ ହେଲେ ବାରିପଦା, କେନ୍ଦୁଝର, ରାୟଗଡ଼ା ଓ ଗୋପାଳପୁର। ବାରିପଦା, କେନ୍ଦୁଝର ଓ ରାୟଗଡ଼ା ପାଇଁ ୭ କୋଟି ଲେଖାଏ ବ୍ୟୟ ବରାଦ କରାଯାଇଥିବା ବେଳେ ଗୋପାଳପୁର ପାଇଁ ୯ କୋଟି ଟଙ୍କା ଚଳିତ ବଜେଟରେ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି। ଏହି ୪ଟି ନୂତନ ପ୍ଲାନେଟାରିୟମ ପାଇଁ ମୋଟ ୩୦କୋଟି ଟଙ୍କା ଖର୍ଚ୍ଚ ହେବ। ଶନିବାର ପ୍ରଶ୍ନୋତ୍ତର ବେଳେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତ।
ବିଜେଡି ସଭ୍ୟ ସୁଧୀର ସାମଲ ମୂଳ ପ୍ରଶ୍ନରେ କହିଥିଲେ ଯେ, ପ୍ରତ୍ୟେକ ଜିଲାରେ ପ୍ଲାନେଟାରିୟମ ପାଇଁ ସରକାରଙ୍କ ଯୋଜନା ଅଛି କି। ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ୨ଟି ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ଅଛି। ଅନ୍ୟ ୪ଟି ସ୍ଥାନରେ ନୂତନ ପ୍ଲାନେଟାରିୟମ ପାଇଁ ବ୍ୟୟ ବରାଦ କରାଯାଇଛି। ସମସ୍ତ ଜିଲାରେ ପ୍ଲାନେଟାରିୟମ କରିବା ଲାଗି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରସ୍ତାବ ନାହିଁ।

Share