ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ: ୬୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦ା୪(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍‌ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ ବାହାରିଛି। ଆଜି ଚିହ୍ନଟ ହୋଇଥିବା ୭ ଜଣ କେଉଁ ଅଞ୍ଚଳର ଓ ସେମାନଙ୍କ ଗସ୍ତ ଇତିହାସ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିପରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି।

Share