ରାଜ୍ୟରେ ଆବାସ ବଣ୍ଟନରେ ଅନିୟମିତତା: କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଫେରାଦ ହେବ ଭାଜପା

ଭୁବନେଶ୍ୱର,୫।୩(ବ୍ୟୁରୋ): ଓଡ଼ିଶାରେ ଆବାସ ବଣ୍ଟନରେ ଅନିୟମିତତା ଦେଖାଦେଇଛି। ଏନେଇ ଭାଜପା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିକଟରେ ଫେରାଦ ହେବ ବୋଲି ଗୁରୁବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ପୃଥି୍ବିରାଜ କହିଛନ୍ତି, ବର୍ତ୍ତମାନସୁଦ୍ଧା ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ସରିନାହିଁ। ରାଜ୍ୟ ସରକାର ବ୍ଲକରେ ତାଲିକା ମାରି ନାହାନ୍ତି, ଅଭିଯୋଗ ଗ୍ରହଣ ଚାଲିଛି। ହେଲେ କେଉଁ ଆଧାରରେ ସରକାର ୨୦ଲକ୍ଷ ଲୋକଙ୍କୁ ଯୋଗ୍ୟ ହିତାଧିକାରୀ ଦର୍ଶାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ସରକାର ଆଉ ୫ରୁ ୬ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦେବାକୁ ଯୋଜନା କରିଛନ୍ତି। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦଳୀୟ ନେତା ବାଣ୍ଟୁଛନ୍ତି। ପ୍ରମାଣ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ତଥ୍ୟ ଦିଆଯାଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଭାଜପା ଫେରାଦ ହେବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ବିଜୁଙ୍କ ଜନ୍ମଦିବସ ଉପଲକ୍ଷେ ୨ ସପ୍ତାହ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ପକ୍କାଘର ପାଇ ନ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ପ୍ରଦାନ କରାଯିବ। ସେହିଭଳି ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ‘ଜାଗା ମିଶନ’ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Share