ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦: ୧୨ ସୁସ୍ଥ, ୧ ମୃତ, ବିଭିନ୍ନ ହସ୍ପିଟାଲରେ ୩୭ ଚିକିତ୍ସାଧୀନ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଶୁକ୍ରବାର ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ଶୁକ୍ରବାର ମୋଟ ୨୯୮ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୨ ଜଣଙ୍କର ପଜିଟିଭ ଆସିଛି। ବର୍ତ୍ତମାନ ସୁଦ୍ଧା ୩୫୪୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ୩୪୯୭ ନେଗେଟିଭ୍‌ ଓ ୫୦ ଜଣଙ୍କ ପଜିଟିଭ ଆସିଛି।
ତେବେ ପୂର୍ବରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଶୁକ୍ରବାର ଆଉ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୫ଜଣ, ଭଦ୍ରକର ୨ , କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ମୋଟ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୩୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।

Share