Advertisement

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨: ୨ ସୁସ୍ଥ, ୧ ମୃତ

ଭୁବନେଶ୍ୱର, ୭।୪( ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୪୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବା ବେଳେ ମଙ୍ଗଳବାର ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
ବର୍ତ୍ତମାନ ୩୯ କରୋନା ପଜିଟିଭ୍‌ଙ୍କ ଚିକତ୍ସା ଜାରି ରହିଛି। ତେବେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ୩୪ ଜଣ ରହିଥିବା ବେଳେ କଟକର ୧, ଭଦ୍ରକର ୩, ଯାଜପୁର ଜିଲାର ୧, କେନ୍ଦ୍ରାପଡ଼ା ଜିଲାର ୧, ପୁରୀ ଜିଲାର ୧, କଳାହାଣ୍ଡି ଜିଲାର ଜଣେ ଲେଖାଏ ପଜିଟିଭ୍‌ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share