ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ: ଅବକାରୀ ସଚିବ

ଭୁବନେଶ୍ୱର,୧୯୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକ ଏଭଳି ନିଷ୍ପତ୍ତି ନିଆଯାଇଛି। ସଚିବ କହିଛନ୍ତି, ଗଞ୍ଜେଇରେ ଔଷଧୀୟ ଗୁଣ ଥିବାରୁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷ କରିବାକୁ ପ୍ରସ୍ତାବ ଦିଅନ୍ତି। କିନ୍ତୁ ଆଇନ ବିଭାଗ ଏହି ପ୍ରସ୍ତାବକୁ ଖାରଜ କରିଛି। ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସେସ ଆକ୍ଟ,୧୯୮୫ ଅନୁଯାୟୀ, ଗଞ୍ଜେଇ ଚାଷ ବେଆଇନ ବୋଲି ଘୋଷଣା କରାଯାଇଛି। ହେଲେ ଏବେ ଏହାର ଔଷଧୀୟ ଗୁଣ ଦୃଷ୍ଟିରୁ ଗଞ୍ଜେଇ ଚାଷ ଓ ଚିକିତ୍ସା ସମ୍ବନ୍ଧୀୟ ବ୍ୟବହାର ପାଇଁ ଅନୁମତି ମିଳିବା ଆବଶ୍ୟକ ବୋଲି ଦାବି ହେଉଛି।

Share