ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ: ମଙ୍ଗଳବାର ହେଲା ୨୦୨୭ ନମୂନା ପରୀକ୍ଷା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରାଯାଇଛି। ମଙ୍ଗଳବାର ୨୦୨୭ଟି ଆର୍‌ଟିପିସି ନମୂନା ପରୀକ୍ଷା ହୋଇଛି। ଆର୍‌ଏମସିରେ ୧୨୩୪ ନମୂନା ପରୀକ୍ଷା ହୋଇଥିବା ବେଳେ ଏମ୍‌ସରେ ୭୭ଟି, ଏସ୍‌ସିବି ୩୭୮, ଏମ୍‌କେସିଜି ୪୧, ଭିମ୍‌ସାରରେ ୩୩, ଆଇଏଲ୍‌ଏସ୍‌ରେ ୧୯୨, ରାଉରକେଲା ଆଇଜିଏଚ୍‌ରେ ୫୧ ଓ ଆପୋଲୋରେ ୨୧ ଟି ନମୁନା ପରୀକ୍ଷା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟିଇଟ୍‌ କରି ସୂଚନା ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇସାରିଲେଣି।

Share