ରାଜ୍ୟରେ ତୃତୀୟ: ଗଞ୍ଜାମରେ ୭ଦିନରେ କାର୍ଯ୍ୟକ୍ଷମ ହେବ କୋଭିଡ୍‌-୧୯ ହସ୍‌ପିଟାଲ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଥିବା ଟାଟା ମେମୋରିଆଲ ହସ୍ପିଟାଲକୁ କୋଭିଡ -୧୯ ହସ୍ପିଟାଲରେ ପରିଣତ କରାଯିବ। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବରୁ ରାଜ୍ୟ ସରକାର ୨ଟି ଘରୋଇ ହସ୍ପିଟାଲରେ କୋଭିଡ -୧୯ ହସ୍ପିଟାଲ କରିବାକୁ ଚୁକ୍ତି କରିଛନ୍ତି। ଟାଟା ହସ୍ପିଟାଲରେ ୨୦୦ ଶଯ୍ୟା ରହିବ। ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ଅଛି। ଅକ୍ସିଜେନ, ଆବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦେଶ ଦେଇଛନ୍ତି। ବ୍ରହ୍ମପୁର ବଡ ମେଡିକାଲର ଡାକ୍ତରଙ୍କୁ ନେଇ ଉକ୍ତ କୋଭିଡ -୧୯ ହସ୍ପିଟାଲ ପରିଚାଳିତ ହେବ। ଶୁକ୍ରବାର ରାତିରେ ଜିଲାପାଳ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ଏମ୍‌କେସିଜି ଡାକ୍ତର ସେଠାରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ଛତ୍ରପୁର, ହିଞ୍ଜିଳି ହସ୍ପିଟାଲ, ବ୍ରହ୍ମପୁରର ବିଜୁ ପଟ୍ଟନାୟକ ହୋମିଓପାଥି ହସ୍ପିଟାଲରେ ସ୍ବତନ୍ତ୍ର ଆଇସୋଲଶନ ୱାର୍ଡ ଖୋଲିସାରିଛି। ପ୍ରତି ପଞ୍ଚାୟତ ହାଇସ୍କୁଲ କିମ୍ବା ପଞ୍ଚାୟତ କୋଠାରେ ଆଇସୋଲଶନ ରୁମ ବ୍ୟବସ୍ଥା ହୋଇଛି।

Share