୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ତଳେ ପଶ୍ଚିମବଙ୍ଗ ମେଦିନିପୁରରୁ ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ। ସେଠାରେ ଅନ୍ୟ ରୋଗର ଚିକିତ୍ସା ଚାଲିଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ କୋଭିଡ ହସ୍ପିଟାଲରେ ତାଙ୍କର କରୋନା ଚିକିତ୍ସା ହୋଇଥିଲା। ଲଗାତାର ଦୁଇଥର ତାଙ୍କ ସ୍ବାବ୍‌ ନମୂନା ପରୀକ୍ଷଣ ପରେ ନେଗେଟିଭ୍‌ ଜଣାପଡ଼ିଥିଲା। କିନ୍ତୁ ତାଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ଡିସ୍‌ଚାର୍ଜ କରାଯାଇ ନ ଥିଲା। ତେବେ ମଙ୍ଗଳବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share