ଗୁଆହାଟୀ,୨୬।୭: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ଭାରତରେ ସବୁ ରାଜ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଆସାମ କିନ୍ତୁ କରୋନାଠାରୁ ଦୂରେଇ ରହିଛି। ସେଠାରେ ଗୋଟିଏ ବି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ ବୋଲି ଜଣାପଡିଛି। ହେଲେ ଏବେଠାରୁ ଆସାମ ସରକାର ଏ ଦିଗରେ ବେଶ୍ ସଚେତନ ଅଛନ୍ତି। ଗୁଆହାଟୀରେ ଥିବା ଇନ୍ଦିରା ଗାନ୍ଧୀ ଆଥଲେଟିକ୍ସ ଷ୍ଟାଡିୟମରେ ଏବେ କରୋନା ପାଇଁ ଆଇସୋଲେଶନ ସେଣ୍ଟର ନିର୍ମାଣ କରାଯାଉଥିବା ଦେଖାଯାଇଛି। ମନ୍ତ୍ରୀ ହେମନ୍ତ ବିଶ୍ୱାସ ଶର୍ମା ଏହି ଆଇସୋଲେଶନ ସେଣ୍ଟର ନିର୍ମାଣ ସମୟରେ ଉପସ୍ଥିତ ଥିବା ଦେଖାଯାଇଛି।