ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ, ଆଗୁଆ ଦିଆଯିବ ୩ ମାସର ପିଡିଏସ୍‌ ସାମଗ୍ରୀ: ମନ୍ତ୍ରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ। କିଛି ଗୁଜବକାରୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଲୋକେ ସଚେତନ ହେବା ଦରକାର, ଆମେ ଉଦ୍ୟମ କରୁଛୁ। ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଭାଗ ସହ ଯୋଗାଯୋଗ ଚାଲିଛି। ତେବେ ଏଥିପାଇଁ ଭୟ କରିବାର କିଛି ନାହିଁ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ସେହିଭଳି ଆଗୁଆ ୩ ମାସର ପିଡିଏସ୍‌ ସାମଗ୍ରୀ ଦେବା ପାଇଁ ଯୋଜନା ଚାଲିଛି। ଏ ନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ହେବ। ଗୁଜବକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାସ୍କ ଓ ସାନିଟାଇଜର ନିଅଣ୍ଟିଆ ସ୍ଥିତି ଦେଖାଯାଇଛି। ଆବଶ୍ୟକ ଅନୁସାରେ ପ୍ରଡକ୍ସନ ହେଉଛି, ପ୍ରଡକ୍ସନ ବୃଦ୍ଧି ପାଇଁ ଚେଷ୍ଟା ଚାଲିଥିବା ମନ୍ତ୍ରୀ କହିଛନ୍ତି।

Share