ରାଜ୍ୟରେ ପୁଣି ଉପରମୁହାଁ ପାରଦ, ୨୩ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଗତ ତିନିଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିଲା। ଶନିବାର ଠାରୁ ପାରଦ ପୁଣି ଉପରମୁହାଁ ହୋଇଛି। ସର୍ବ ନିମ୍ନ ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୯, ଫୁଲବାଣୀ ୧୦, ବାଲେଶ୍ୱର ୧୦.୮, ଚାନ୍ଦବାଲି ୧୪, କଟକ ୧୩, ପାରାଦୀପ ୧୬.୧, ଭୁବନେଶ୍ୱର ୧୪.୬, ଗୋପାଳପୁର ୧୮, ପୁରୀ ୧୫.୬, ଅନୁଗୋଳ ୯.୬, ବାରିପଦା ୧୧.୬, ଝାରସୁଗୁଡା ୧୦.୮, କେନ୍ଦୁଝର ୧୦.୪, ସମ୍ବଲପୁର ୧୧.୫, ସୁନ୍ଦରଗଡ ୧୦, ହୀରାକୁଦ ୧୨.୭, ଭବାନୀପାଟଣା ୧୩.୫, ବଲାଙ୍ଗୀର ୧୩.୬, କୋରାପୁଟରେ ସର୍ବନିମ୍ନ ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟରେ ଦକ୍ଷିଣ- ପଶ୍ଚିମ ବାୟୁ ପ୍ରବାହ ଯୋଗୁ ଥଣ୍ଡା ଅନୁଭୂତ ହେଉଥିଲା। ଡିସେମ୍ବର ମାସ ଶେଷ ହେବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ଉତ୍ତର- ପୂର୍ବ ଦିଗରୁ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକା ଶୀତ ରହିବ। ୨୩ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୨୫ ତାରିଖ ବେଳକୁ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Share