ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ। ସେଥିରୁ ଧାମରାରେ କୋଟିଏ ଟେକ୍ସଟାଇଲ ଓ ଢେଙ୍କାନାଳରେ ମେଡିକାଲ ପାର୍କ ହେବ। ଉଭୟ ପାର୍କ ପାଇଁ ୬ରୁ ୭ ହଜାର କୋଟି ଖର୍ଚ୍ଚ ହେବ। ଧାମରାରେ ୨୦ ହଜାର ଓ ଢେଙ୍କାନାଳରେ ୧୬ ହଜାରଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏ ନେଇ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।