ରାଜ୍ୟରେ ପ୍ରବଳ ବର୍ଷା: ୭ଟି ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଚାରିଆଡେ ଜଳମଗ୍ନ ହୋଇପଡିଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୭ଟି ଜିଲାରେ ଗୁରୁବାରି ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଏହି ଜିଲାଗୁଡିକ ମଧ୍ୟରେ ଗଞ୍ଜାମ, ଗଜପତି, ଭଦ୍ରକ, କଟକ, କେନ୍ଦ୍ରାପଡା, ଢେଙ୍କାନାଳ ଓ ପୁରୀ ଜିଲାର ସବୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରଛନ୍ତି କିନ୍ତୁ ସମସ୍ତ ଶିକ୍ଷକ, କର୍ମଚାରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share