ରାଜ୍ୟରେ ପ୍ରବେଶ ପୂର୍ବରୁ ହାତରେ ବାଜିବ ଷ୍ଟାମ୍ପ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧।୫(ବ୍ୟୁରୋ): ଯେଉଁମାନେ ବାହାର ରାଜ୍ୟ ତଥା ଦେଶରୁ ଫେରିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ଓ୍ବେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେଶନ କରୁଛନ୍ତି। ଆସୁଥିବା ଲୋକେ ରାସ୍ତାରେ ବା ଟ୍ରେନ୍‌ରେ ଆସିପାରନ୍ତି। ରାସ୍ତାରେ ଆସୁଥିଲେ ସେଠାର ଜିଲା ଅଧିକାରୀଙ୍କ ପାସ୍‌ ନେବାକୁ ପଡ଼ିବ। ଏ ନେଇ ଭାରତର ସବୁ ଜିଲା ଅଧିକାରୀଙ୍କୁ ତତ୍ପରତା ଦେଖିଇବାକୁ କୁହାଯାଇଛି।
ସେହି ପାସ୍‌ ଧରି ଆସୁଥିବା ଲୋକେ ଓଡ଼ିଶାକୁ ମଧ୍ୟ ଆସିପାରିବେ। ୧୧ଟି ଚେକ୍‌ ପଏଣ୍ଟରେ ରାସ୍ତା ଦ୍ୱାରା ଲୋକେ ଓଡ଼ିଶାକୁ ଆସିପାରିବେ। ସବୁ ଚେକ୍‌ ପଏଣ୍ଟରେ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସେଠାରେ ଡାଟା ଚେକ୍‌ ହେବ। ରେଜିଷ୍ଟ୍ରେଶନ କରି ନ ଥିଲେ ସେଠାରେ କରିପାରିବେ। ଭିଡ଼ ଦୃଷ୍ଟିରୁ ଆସିବା ପୂର୍ବରୁ ଉକ୍ତ ସ୍ଥାନରେ ରେଜିଷ୍ଟ୍ରେଶନ କରିଦେବା ଜରୁରି। ସେଠାରେ ପ୍ରତି ଯାତ୍ରୀଙ୍କର ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲାଗିବ। ଗାଡ଼ିର ଓ୍ବିଣ୍ଡ ସିଲ୍‌ରେ ତଥ୍ୟ ସମ୍ବଳିତ ଷ୍ଟିକର ମଧ୍ୟ ଲାଗିବ। ଯାହାକି ପାସ୍‌ ଭଳି କାମ କରିବ। ଜିଲା ପ୍ରଶାସନମାନେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇଯିବେ ବୋଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

Share