ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା: ସାଧାରଣ-ଏକ୍‌ପ୍ରେସ୍‌ ୩ ପଇସା, ଡିଲକ୍ସ- ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୫ ଟଙ୍କା ଅଧିକ ଟଙ୍କା ବଢ଼ି ସାରତିଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବସ୍‌ଭଡ଼ାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏ ନେଇ ମଙ୍ଗଳବାର ଘରୋଇ ବସ୍‌ ମାଲିକ ସଂଘର ସମ୍ପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ବର୍ଦ୍ଧିତ ମୂଲ୍ୟ ଅନୁଯାୟୀ, ସାଧାରଣ ବସଭଡ଼ା କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୦ରୁ ୭୩ ପଇସାକୁ ବଢ଼ିଛି। ଅପରପକ୍ଷରେ ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସା ଏବଂ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି।

Share