ଭୁବନେଶ୍ୱର,୨୮।୧୨: ରାଜ୍ୟରେ ବଢିବ କି ମଦ ଦର? ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଦର ବଢ଼ିବାକୁ ନେଇ ପ୍ରଶ୍ନ ଉଠିଛି। ମଦ ଦର ବୃଦ୍ଧି ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେଶନ କମିଟି ରିପୋର୍ଟ ଆସିଛି। ଏହା ଉପରେ ସରକାର ନିଷ୍ପତ୍ତି ନେବେ ।
ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ଫିକ୍ସେସନ କମିଟି ନିଷ୍ପତ୍ତି ନିଏ । ୩ଦିନ ତଳେ ଏହି କମିଟି ବସିଥିବା ବେଳେ ମଦ ଦର ବୃଦ୍ଧି ନେଇ ନିଷ୍ପତ୍ତି ଆସିଛି । ଏହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ ।