ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲ, ସୋମବାରରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲ ବନ୍ଦ ହେବ ନାହିଁ। ଗତବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଚଳିତ ବର୍ଷ ମଧ୍ୟ ହେବ। କରୋନା ପାଇଁ ସବୁ ସ୍କୁଲରେ ଆଡମିଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ଜୁଲାଇ ୧୫ ଯାଏ ନାମଲେଖା ଚାଲିବ ବୋଲି ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ଚଳିତବର୍ଷଠାରୁ ୨୦ରୁ କମ୍‌ ଉପସ୍ଥାନ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିବା ପାଇଁ ବିଭାଗ ଯୋଜନା କରିଥିଲା।

Share