ରାଜ୍ୟରେ ବ୍ୟାପକ ହେବ ପାଠାଗାର ଆନ୍ଦୋଳନ ଖୁବ୍‌ଶୀଘ୍ର ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ବିଭିନ୍ନ ବର୍ଗରେ ପ୍ରତିନିଧିତ୍ୱ କରିବା ଭଳି ସଦସ୍ୟମାନଙ୍କୁ ଏଥିରେ ରଖାଯିବ ଏବଂ ସେମାନଙ୍କ ନେତୃତ୍ୱ ନେବାକୁ ଜଣେ ଅଧ୍ୟକ୍ଷ ରହିବେ। ଏହି ପରିଷଦ ସାରା ରାଜ୍ୟରେ ରହିଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର ଉନ୍ନତୀକରଣ କ୍ଷେତ୍ରରେ କାର୍ଯ୍ୟ କରିବ। ଏହାସହ ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ସେବା ଯୋଗାଣକୁ ସଂପ୍ରସାରିତ କରିବା ପାଇଁ ପରାମର୍ଶ ଦେବ ବୋଲି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ସୋମବାର ସନ୍ଧ୍ୟାରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାସ୍‌ (ଓସା) ସଂଗଠନର ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ ପାଣିଗ୍ରାହୀ ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବା ନେଇ ସୂଚନା ଦେଇଥିଲେ। ଏହାସହ ଖୁବ୍‌ଶୀଘ୍ର ‘ଓଡ଼ିଶା ପବ୍ଲିକ୍‌ ଲାଇବ୍ରେରୀ ଫଣ୍ଡ’ ବା ‘ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି’ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ‘ଓସା’ ପ୍ରତିନିଧିମଣ୍ଡଳୀଙ୍କୁ ଆଲୋଚନା ବେଳେ କହିଥିଲେ। ଏହି ପାଣ୍ଠି ସୃଷ୍ଟି ହେବା ପରେ ପାଠାଗାରଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ପୁସ୍ତକ କ୍ରୟ ଇତ୍ୟାଦି ପାଇଁ ବିଭିନ୍ନ ସୂତ୍ରରୁ ସହାୟତା ଏବଂ ଅନୁଦାନ ସଂଗ୍ରହ କରାଯାଇପାରିବ।
ଏହାବ୍ୟତୀତ ପ୍ରତି ଜିଲାରେ ଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର ଉନ୍ନତୀକରଣ ସାଙ୍ଗକୁ ସେବାର ମାନବୃଦ୍ଧି ନିମନ୍ତେ ଜିଲାସ୍ତରୀୟ ପାଠାଗାର କମିଟି ଗଠନ କରାଯିବ। ରାଜ୍ୟରେ ଏବେ ୧୭ ଜିଲାରେ ସଂସ୍କୃତି ବିଭାଗର ପାଠାଗାର ରହିଥିବାବେଳେ ବଳକା ଆଉ ୧୩ ଜିଲାରେ ପାଠାଗାର ପ୍ରତିଷ୍ଠା ହେବ। ଜିଲାରେ ରହିଥିବା ସମସ୍ତ ସର୍ବସାଧାରଣ ପାଠାଗାରଗୁଡ଼ିକ ମଧ୍ୟରେ ସମନ୍ବୟ ସ୍ଥାପନ ସାଙ୍ଗକୁ ଏଗୁଡ଼ିକର ଅଭିବୃଦ୍ଧି ନିମନ୍ତେ ଜିଲାସ୍ତରୀୟ କମିଟିଗୁଡ଼ିକ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସର୍ବସାଧାରଣ ପାଠାଗାର ଯୋଜନାକୁ ‘୫-ଟି’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏଥିରେ ସ୍ବଚ୍ଛତା ସହିତ ପରିଚାଳନା ବ୍ୟବସ୍ଥାରେ ଅଂଶୀଦାରମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତିକୁ ସୁନିଶ୍ଚିତ କରାଯାଇଛି। ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ‘ଓସା’ର ସଭାପତି କୁକୁ ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତା ତଥା ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ଜଳିଗଲା ଟ୍ରକ

ତେଲକୋଇ,୧୧।୩: କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ମଙ୍ଗଳବାର ଏକ ଚଳନ୍ତା ୧୪ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟ୍ରକ୍‌ଟି...

ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଆନ୍ଦୋଳନକୁ ଭଣ୍ଡୁର କଲା ପୋଲିସ୍ : ଆନ୍ଦୋଳନ ପୂର୍ବରୁ ଦିବ୍ୟାଙ୍ଗକୁ ଉଠାଇ ନେଲା ଥାନାକୁ

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି...

‘ମୁଁ ହାତ ଯୋଡ଼ି ଅନୁରୋଧ କଲେ ମଧ୍ୟ ଶୁଣିଲେନି’

ଭୁବନେଶ୍ୱର, ୧୧।୩: ଗୃହରେ ହଟ୍ଟଗୋଳକୁ ନେଇ ମୁହଁ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମାଇକ ବନ୍ଦ ପାଇଁ ବିରୋଧୀ ବିଧାୟକ...

ମେହେନ୍ଦୀ, ସଙ୍ଗୀତର ଫଟୋ ଶେୟାର କଲେ ଜାଗୃତି ଶୁକ୍ଳା, ଆଜି ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୧୧।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ଶେଷ ହୋଇଛି। ଉଭୟ ଆଜି ବିବାହ କରିବେ ବୋଲି...

ନିଜ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟନାରାୟଣ, କହିଲେ…

ଭୁବନେଶ୍ୱର,୧୧।୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ...

୪ ଥାନା ଅଞ୍ଚଳରୁ ୮୨୮୫ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଜାଣିଲେ…

ଫୁଲବାଣୀ,୧୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ୪ଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୮୨୮୫ କେଜି ଗଞ୍ଜେଇ ଜବତ କରିଛି । ଗୋଚ୍ଛାପଡା ଥାନା...

ନବୀନ ନିବାସରେ ପାଣ୍ଡିଆନ! ପ୍ରମାଣ ଦେଲେ ମନ୍ମଥ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଭୁବନେଶ୍ୱର,୧୧।୩: ବିଜେଡି ନେତା ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ନିକଟରେ ବିବାହ କରିଛନ୍ତି। ବିବାହ ପରେ ମନ୍ମଥ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି ସୁପ୍ରିମୋ...

ରାଜ୍ୟରେ ବ୍ଲକ ପୁନଃର୍ଗଠନ ପାଇଁ କମିଶନ ଗଠନ କରିବେ ସରକାର: ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୩: ରାଜ୍ୟରେ ଦୀର୍ଘଦିନ ଧରି ଅନେକ ସ୍ଥାନରେ ବ୍ଲକ ପୁନର୍ଗଠନ ପାଇଁ ଦାବି ହୋଇ ଆସୁଥିବା ବେଳେ ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri