ରାଜ୍ୟରେ ମୁଣ୍ଡପିଛା ଋଣ ୧୮ ହଜାର: ଚଳିତବର୍ଷ ରାଜ୍ୟରେ ଋଣ ଭାର ୧ଲକ୍ଷ କୋଟିକୁ ଟପିବ ବୋଲି ଆକଳନ କରାଯାଇଛି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ ମୁଣ୍ଡପିଛା ଋଣ ହାର ବୃଦ୍ଧି ପାଇଚାଲିଛି। ଏହି ଭାର ୧୮ ହଜାର ୪୯୭ ଟଙ୍କାରେ ପହଞ୍ଚତ୍ଛି। ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହା ବ୍ୟତୀତ ରାଜ୍ୟରେ ଚଳିତ ଆର୍ଥିକବର୍ଷ ଡିସେମ୍ବର ସୁଦ୍ଧା ଋଣ ଭାର ୮୪,୯୭୬.୨୯ କୋଟି ଟଙ୍କାରେ ପହଞ୍ଚତ୍ଛି। ଚଳିତଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧,୦୬,୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

Share