ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୭ ଜଣ ରହିଥିବା ବେଳେ, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୧୬ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। କଟକରୁ ୭, ନୟାଗଡ଼, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରୁ ୩ଜଣ ଲେଖାଏ ରହିଥିବା ବେଳେ ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧା ଜିଲାରୁ ୨ ଜଣେ ଲେଖାଏ ରହିଛନ୍ତି। ବଲାଙ୍ଗୀର, ଜଗତ୍ସିଂହପୁର ଓ ନବରଙ୍ଗପୁରରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେସୁଦ୍ଧା ରାଜ୍ୟରେ କରୋନାରୁ ୧୩୨୫ଜଣ ସୁସ୍ଥ ହେଲେଣି।