Categories: ବାଣିଜ୍ୟ

ରାଜ୍ୟରେ ସ୍ଥାପନ ହେବ ୧୮ ଇ-ଯାନଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ,୪-୧: ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୬୨ ସହରରେ ଇ-ଯାନ ଲାଗି ୨୬୩୬ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯିବ। ଓଡିଶାରେ ଏହି ଯୋଜନାରେ ୧୮ ଚାର୍ଜିଂ ଷ୍ଟେଶନ ସ୍ଥାପନ ନେଇ ଲକ୍ଷ୍ୟ ରହିଛି। ଫେମ୍‌ ଇଣ୍ଡିଆ ଯୋଜନାରେ ଏହି ଷ୍ଟେଶନଗୁଡିକୁ ସ୍ଥାପନ କରିବା ଲାଗି ଯୋଜନା ରଖାଯାଇଥିବା ବେଳେ କେନ୍ଦ୍ର ସରକାର ଏଥି ଲାଗି ମଞ୍ଜୁରୀ ପ୍ରଦାନ କରିଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ସୂଚନା ଦେଇଛନ୍ତି। ଲଘୁ ଉଦ୍ୟୋଗ ବିଭାଗ ପକ୍ଷରୁ କାର୍ଯ୍ୟକାରି ହେଉଥିବା ଫେମ୍‌ ଇଣ୍ଡିଆର ଦ୍ୱିତୀୟ ସଂସ୍କରଣରେ ଏଭଳି ପଦକ୍ଷେପ ହାତକୁ ନିଆଯିବ। ଇ-ଯାନ ଗ୍ରହଣକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏଭଳି ଏକ ପଦକ୍ଷେପ ହାତକୁ ନେଇଛନ୍ତି। ଏହା ମଧ୍ୟରେ ୧୬୩୩ ଷ୍ଟେଶନ ଫାଷ୍ଟ ଚାର୍ଜିଂ ଏବଂ ୧୦୦୩ ଲୋ ଚାର୍ଜିଂ ଷ୍ଟେଶନ ସାମିଲ ରହିଛି। ଏହି ଷ୍ଟେଶନଗୁଡିକରେ ୧୪ ହଜାର ଚାର୍ଜର ଲଗାଯାଇ ପାରିବ।

Share