ରାଜ୍ୟରେ ୧୨.୪୪ ଲକ୍ଷ ଭିନ୍ନକ୍ଷମ: ମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ୪୪ ହଜାର ୪୦୨ଜଣ ଭିନ୍ନକ୍ଷମ ଅଛନ୍ତି। ସେମାନଙ୍କୁ ୨୧ଟି ଭାଗରେ ଶ୍ରେଣୀଭୁକ୍ତ କରାଯାଇଛି। ସେମାନଙ୍କ ଶିକ୍ଷା ଲାଗି ୧୦୨ଟି ସ୍ବତନ୍ତ୍ର ବିଦ୍ୟାଳୟ ଓ ୧ଟି ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ୪୮ଟି ସ୍ବତନ୍ତ୍ର ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୧୯ଟି ବେସରକାରୀ ସଂସ୍ଥାକୁ ଧନ୍ଦାମୂଳକ ତାଲିମ ପ୍ରଦାନ ନିମିତ୍ତ ନିୟୋଜିତ କରାଯାଇଛି। ନିଯୁକ୍ତି କ୍ଷେତ୍ରରେ ସରକାରୀସ୍ତରରେ ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଆୟ ବୃଦ୍ଧି ଲାଗି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ରିହାତି ଶୁଳ୍‌କ ହାରରେ ଋଣ ପ୍ରଦାନ କରାଯାଉଛି। ବିଜେଡି ସଭ୍ୟ ଉମାକାନ୍ତ ସାମନ୍ତରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।

Share