ରାଜ୍ୟରେ ୧୭ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୧୫ ଜିଲାରୁ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ହୋଇଥିବା ୬୩ କରୋନା ସଂକ୍ରମିତ ୧୫ ଜିଲାର। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨ ରହିଛନ୍ତି। ଏହାଛଡ଼ା ଜଗତସିଂହପୁରରୁ ୧୧, ଗଞ୍ଜାମରୁ ୪, ବାଲେଶ୍ୱର-କଟକରୁ ୩, ଢେଙ୍କାନାଳରୁ ୯, ନୟାଗଡ଼ରୁ ୭, ବଲାଙ୍ଗିରରୁ ୬, ସୁନ୍ଦରଗଡ଼ରୁ ୨, ପୁରୀ-ମୟୂରଭଞ୍ଜ-କୋରାପୁଟ- ସମ୍ବଲପୁର-ଝାରସୁଗୁଡ଼ା-ନବରଙ୍ଗପୁର ଜିଲାରୁ ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ନୂଆ ପଜିଟିଭ୍‌ଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଶହ ଟପିଛି। ଏବେ ଏହି ସଂଖ୍ୟା ୧୭୨୩ରେ ପହଞ୍ଚିଛି। ସେହିଭଳି ମୋଟ ଆକ୍ଟିଭ କେସ୍‌-୮୨୭ ହୋଇଛି। ୮୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି।

Share