ରାଜ୍ୟରେ ୧୮ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୧୮ ଜିଲାରୁ ୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା ୯୬ କରୋନା ସଂକ୍ରମିତ ୧୮ ଜିଲାର। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୦ ଜଣ ଲେଖାଏ କେନ୍ଦ୍ରାପଡ଼ା ଓ ଗଜପତି ଜିଲାର ରହି ରହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲାର ୯ ଜଣ ରହିଥିବା ବେଳେ ଭଦ୍ରକ, ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏ ଅଛନ୍ତି। ଗଞ୍ଜାମ, ଯାଜପୁର, କଟକ, ଜଗତ୍‌ସିଂହପୁରରୁ ୬ ଜଣ ଲେଖାଏ ଥିବା ବେଳେ କଳାହାଣ୍ଡି ୫, ବାଲେଶ୍ୱର, ଦେବଗଡ଼ ଓ ନୂଆପଡ଼ାରୁ ୪ ଜଣ ଲେଖାଏ ରହିଛନ୍ତି। ଢେଙ୍କାନାଳରୁ ୨, ପୁରୀ, ନୟାଗଡ଼ ଓ କେନ୍ଦୁଝରରୁ ଜଣେ ଲେଖାଏ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ନଳଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଶହ ଟପିଛି। ଏବେ ଏହି ସଂଖ୍ୟା ୧୮୧୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୩୩ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୯୭୭ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

Share