ରାଜ୍ୟରେ ୨୧ ଜିଲାକୁ ବ୍ୟାପିସାରିଲାଣି କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗୁରୁବାର ଆଉ ୭୩ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମହାମାରୀ ରାଜ୍ୟର ୨୧ ଜିଲାରେ କାୟା ବିସ୍ତାର କରିସାରିଥିବା ବେଳେ ଆଉ ମାତ୍ର ୯ଟି ଜିଲା ବାକି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କେଉଁ ଜିଲାରେ କେତେ ଆକ୍ରାନ୍ତ ହୋଇଛନ୍ତି ସେ ସମ୍ପର୍କରେ ଜାଣନ୍ତୁ।
ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ସର୍ବାଗ୍ରେ ରହିଛି। ଗୁରୁବାର ଗଞ୍ଜାମରୁ ସର୍ବାଧିକ ୪୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାରେ ପରେ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି। ୨୪୯ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ବାଲେଶ୍ୱର ୨ୟରେ ରହିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା ବେଳେ ୭୦ ଜଣ ଚିକିତ୍ସିତ ହେଉଛନ୍ତି। ୨୦ ଜଣ ସୁସ୍ଥ ହୋଇଥିବା ବେଳେ ମୃତ ସଂଖ୍ୟା ଶୂନ। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ତୃତୀୟ ସ୍ଥାନରେ ରହିଛି ଯାଜପୁର। ଜିଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଥିବା ବେଳେ ୫୫ ଜଣ ସୁସ୍ଥ ହୋଇଛନ୍ତି। ୩୩ ଚିକିତ୍ସିତ ହେଉଥିବା ବେଳେ ମୃତ ସଂଖ୍ୟା ଶୂନରେ ରହିଛି। ଖୋର୍ଦ୍ଧା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଥିବା ବେଳେ ୪୫ ଜଣ ସୁସ୍ଥ ହୋଇଛନ୍ତି। ୬ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲାରେ ଗୁରୁବାର ୯ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୧ ଜଣ ଚିକିତ୍ସିତ ହେଉଛନ୍ତି। ମୃତ ସଂଖ୍ୟା ଶୂନ।
ସେହିପରି ସୁନ୍ଦରଗଡ଼ ଜିଲାରେ ଗୁରୁବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାରେ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ୧୨ ଜଣ ସୁସ୍ଥ ହୋଇଛନ୍ତି। ୧୩ ଜଣ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ଶୂନ। ଅନୁଗୋଳ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ୭ ଚିକିତ୍ସିତ ହେଉଛନ୍ତି। କାହାର ମୃତ୍ୟୁ ଘଟିନାହିଁ। ମୟୂରଭଞ୍ଜ ଜିଲାରେ ମୋଟ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଯାକ ଚିକିତ୍ସିତ ହେଉଛନ୍ତି। ଜଗତସିଂହପୁର ଜିଲାରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଚିକିତ୍ସିତ ହେଉଛନ୍ତି। ସେହିପରି ବୌଦ୍ଧ ଜିଲାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝର ଜିଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ସୁସ୍ଥ ହୋଇଛନ୍ତି। ୩ ଚିକିତ୍ସିତ ହେଉଛନ୍ତି। ପୁରୀ ଜିଲାରେ ବର୍ତ୍ତମାନ ସୁଦ୍ଧା ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ସୁସ୍ଥ ହୋଇଥିବା ବେଳେ ୩ ଚିକିତ୍ସିତ ହେଉଛନ୍ତି। କଟକ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ୨ ଜଣ ଚିକିତ୍ସିତ ହେଉଛନ୍ତି। କାହାରି ମୃତ୍ୟୁ ଘଟିନାହିଁ। ବଲାଙ୍ଗୀରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣ ଯାକ ଚିକିତ୍ସିତ ହେଉଛନ୍ତି। ସେହିପରି ଝାରସୁଗୁଡ଼ାରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଯାକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲାରେ ୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ଦେଓଗଡ଼ରେ ଜଣେ ଆକ୍ରାନ୍ତ ହୋଇଥିଲେ। ସେହିଜଣକ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ ଏବଂ କୋରାପୁଟରେ ଜଣେ ଲେଖାଏ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ହେଁ ସୁସ୍ଥ ହୋଇଛନ୍ତି। ନୟାଗଡ଼ରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

Share