ରାଜ୍ୟରେ ୪୦୭୩ ବି.ଟେକ୍‌ ସିଟ୍‌ ହ୍ରାସ

ଭୁବନେଶ୍ୱର, ୯ା୭(ବ୍ୟୁରୋ)- ପ୍ରତିବର୍ଷ ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ସିଟ୍‌ ଖାଲି ପଡ଼ୁଛି। କେବଳ ଘରୋଇ ନୁହେଁ, ସରକାରୀ କଲେଜରେ ମଧ୍ୟ ସିଟ୍‌ ପୂରଣ ହୋଇପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ୪୦୭୩ଟି ବି.ଟେକ୍‌ ସିଟ୍‌ କମାଇଦେଇଛନ୍ତି। ଉଭୟ ସରକାରୀ ଓ ଘରୋଇ ଇଞ୍ଜିନୟରିଂ କଲେଜରେ ଏହି ସିଟ୍‌ ହ୍ରାସ ପାଇଛି। ଏଥିମଧ୍ୟରୁ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜରୁ ୧୨୬ ସିଟ୍‌ ଓ ୮୦ଟି ଘରୋଇ ଇଞ୍ଜିନିୟରିଂ କଲେଜରୁ ୩୯୪୭ ସିଟ୍‌ କମାଯାଇଛି।

Share