ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩୮ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୭୭ ହଜାର ୫୦୨ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୭୧ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧୨୭, ବାଲେଶ୍ୱରରୁ ୨୦୫, ବରଗଡ଼ରୁ ୫୧, ଭଦ୍ରକରୁ ୧୮୬, ବଲାଙ୍ଗୀରରୁ ୩୬, ବୌଦ୍ଧରୁ ୫୯, କଟକରୁ ୪୦୭, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୯୬, ଗଜପତିରୁ ୨୯, ଗଞ୍ଜାମରୁ ୨୭, ଜଗତ୍‌ସିଂହପୁରରୁ ୧୦୩, ଯାଜପୁରରୁ ୩୩୭, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୧୪୧, କେନ୍ଦୁଝରରୁ ୬୧ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୫୯, ମାଲକାନଗିରିରୁ ୮୬, ମୟୂରଭଞ୍ଜରୁ ୧୮୭, ନବରଙ୍ଗପୁରରୁ ୫୭ , ନୟାଗଡ଼ରୁ ୧୧୪, ନୂଆପଡ଼ାରୁ ୧୯, ପୁରୀରୁ ୨୪୭, ରାୟଗଡ଼ାରୁ ୮୮, ସମ୍ବଲପୁରରୁ ୩୧ ସୁବର୍ଣ୍ଣପୁରରୁ ୨୯ ଓ ସୁନ୍ଦରଗଡ଼ରୁ ୪୩ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୮୪ ଅଛନ୍ତି।

Share