ଭୁବନେଶ୍ୱର,୩।୮(ବ୍ୟୁରୋ): ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା, ହିମାଳୟ ପାଦ ଦେଶରୁ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ। ୫ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଏହାର ପ୍ରଭାବରେ ୧୦ ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସେହିପରି ୬ ତାରିଖ ବେଳକୁ ୫ ଜିଲାରେ ଅତି ପ୍ରବଳ ଏବଂ ୧୪ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ, ମୌସୁମୀ ବାୟୁ ଦୁର୍ବଳ ହେବା ପରେ ରାଜ୍ୟରେ ଅସମ୍ଭାଳ ତାତି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ ସହରରେ ଦିନ ତାପମାତ୍ରା ୩୫ ଡ଼ିଗ୍ରୀରୁ ଅଧିକ ରେର୍କଡ ହୋଇଛି। ତେବେ କଟକରେ ସର୍ବାଧିକ ୩୬.୨ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ବୌଦ୍ଧ ୩୬ ଡ଼ିଗ୍ରୀ, ଚାନ୍ଦବାଲି ୩୫.୭ ଡ଼ିଗ୍ରୀ, ଭୁବନେଶ୍ୱର ରେ ୩୫.୬ ଡ଼ିଗ୍ରୀ ରେକର୍ଡ ହୋଇଛି।
୬ ରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ, ୫ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୪ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି
— Meteorological Centre, Bhubaneswar (@mcbbsr) August 3, 2022
ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା, ହିମାଳୟ ପାଦ ଦେଶ ରୁ ସ୍ୱାଭାବିକ ଅବସ୍ଥାନ କୁ ଫେରୁଛି ମୌସୁମୀ ନିମ୍ନ ଚାପ ରେଖା |
୫ ଅଗଷ୍ଟ ରୁ ରାଜ୍ୟରେ ବଢିବ ବର୍ଷା |୫ ରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି |
— Meteorological Centre, Bhubaneswar (@mcbbsr) August 3, 2022