ରାଜ୍ୟର ଆଉ ୩ ମେଡିକାଲରେ ହେବ କରୋନା ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟର ଆଉ ୩ଟି ହସ୍ପିଟାଲରେ କରୋନା ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର ମେଡିକାଲ କଲେଜ, ଭିମ୍‌ସାର ଓ ଆଇଜିଏଚ୍‌ରେ ଟେଷ୍ଟ କରାଯିବ। ଓଡ଼ିଶାରେ ଦିନକୁ ୧୦୦୦ କରୋନା ନମୂନା ପରୀକ୍ଷଣ କରାଯିବ। ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ତେବେ ଆସନ୍ତା ୧୨ ତାରିଖରୁ ବ୍ରହ୍ମପୁର, ୧୫ ତାରିଖରୁ ଭିମ୍‌ସାର ଓ ୧୭ରୁ ଆଇଜିଏଚ୍‌ରେ ଟେଷ୍ଟ କରାଯିବ। ଦିଲ୍ଲୀ ଏମ୍‌ସ ଭଳି ଲୋକଙ୍କୁ ସାନିଟାଇଜ୍‌ କରିବାକୁ ପ୍ରସ୍ତାବ ଦିଆଯାଇଥିବା ସେ ମଧ୍ୟ କହିଛନ୍ତି।

Share