ରାଜ୍ୟର ପ୍ରମୁଖ ବସ୍‌ଷ୍ଟାଣ୍ଡକୁ ବିମାନବନ୍ଦର ଭଳି ଉନ୍ନତ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ କରାଯିବ। ଏପରିକି ପ୍ରମୁଖ ବସ୍‌ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ। ବସ୍‌ଷ୍ଟାଣ୍ଡରେ ଶପିଂମଲ ଓ ମଲ୍ଟି ପ୍ଲେକ୍ସ ମଧ୍ୟ ରହିବ। ଏ ନେଇ ବୁଧବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ଚଳିତ ବର୍ଷ ୫୦ଟି ଇ-ବସ୍‌ ଗଡ଼ିବ। ଏହାଛଡ଼ା ଓଏସ୍‌ଆର୍‌ଟିସି ବସ୍‌କୁ ମୋ ବସ୍‌ ଭଳି ଉନ୍ନତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

Share