ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟରେ ଏବେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏହାଫଳରେ ଆର୍ଥିକ ବୋଝ ବଢ଼ିଛି। ଏପରି କରିବା ଦ୍ୱାରା ଅଭିଭାବକମାନଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସ୍କୁଲ ଫି’ କମାଇବାକୁ କିମ୍ବା ସ୍ଥଗିତ ରଖିବାକୁ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ପକ୍ଷରୁ ପରାମର୍ଶ ଦିଆଯାଇଛି। ସହାନୁଭୂତିଶୀଳ ହୋଇ ୩ ମାସର ସ୍କୁଲ ଫି’ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନେବାକୁ କୁହାଯାଇଛି। ଏହାଦ୍ୱାରା ଅଭିଭାବକମାନଙ୍କ ଉପରେ ବୋଝ ପଡ଼ିବନାହିଁ। ଶୁକ୍ରବାର ଏକ ଟୁଇଟ କରାଯାଇ ସିଏମ୍ଓ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି। ଏହି ଟୁଇଟ୍କୁ ଓଡ଼ିଶା ଅଭିଭାବକ ମହାସଂଘ ସ୍ବାଗତ କରିଛି।