ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ମାର୍ଚ୍ଚ ୩୧ ଯାଏ ବନ୍ଦ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ମାରାତ୍ମକ କରୋନା(କୋଭିଡ-୧୯)କୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭିତରକନିକା ଅଭୟାରଣ୍ୟ ସମେତ ରାଜ୍ୟର ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀର ରାତ୍ର ରହଣି ବ୍ୟବସ୍ଥାର ବୁକିଂ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ପରିବେଶ ପର୍ଯ୍ୟଟନସ୍ଥଳୀଗୁଡିକର ଦିନ ଭ୍ରମଣ ବ୍ୟବସ୍ଥାକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଏହି ସମୟ ମଧ୍ୟରେ ବୁକିଂ କରିଥିବା ସମସ୍ତ ପର୍ଯ୍ୟଟକଙ୍କୁ ସେମାନଙ୍କ ଅଗ୍ରିମ ଶତପ୍ରତିଶତ ଅର୍ଥ ଫେରସ୍ତ ଦିଆଯିବ। ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ଜନସାଧାରଣଙ୍କ ନିମନ୍ତେ ବର୍ତ୍ତମାନ ପାଇଁ ବନ୍ଦ ରହିବ।

ସେହିଭଳି ଭୁବନେଶ୍ୱର ସ୍ଥିତ ଜୟଦେବ ବାଟିକାକୁ ମଧ୍ୟ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ସ୍ଥିତ ବଟାନିକାଲ ଗାର୍ଡେନ ସର୍ବସାଧାରଣଙ୍କ ପାଇଁ ବର୍ତ୍ତମାନ ପ୍ରତ୍ୟହ ଦିନ ୨ଟା ପରେ ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share