ରାଜ୍ୟର ୧୪ ସହରରେ କମିଛି ପ୍ରଦୂଷଣ: ଭୁବନେଶ୍ୱର, ବ୍ରହ୍ମପୁରରେ ସର୍ବାଧିକ ୬୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର, ୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ରାଜ୍ୟର ୧୪ ସହରରେ ଏବେ ବାୟୁ ପ୍ରଦୂଷଣ ମାତ୍ରା କମିଛି। କେତେକ ସହରର ବାୟୁର ଗୁଣବତ୍ତା ଭଲ ରହିଥିବାବେଳେ ଆଉ କେତେକ ସହରରେ ସନ୍ତୋଷଜନକ ସ୍ଥିତିରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବାୟୁ ପ୍ରଦୂଷଣର ସୂଚକାଙ୍କ ଅନୁସାରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ପ୍ରଦୂଷଣର ମାତ୍ରା ସର୍ବାଧିକ ୬୦ ପ୍ରତିଶତ କମିଛି। ଝାରସୁଗୁଡ଼ାରେ ୫୩, ଅନୁଗୋଳ, ତାଳଚେର ସହିତ ଅନ୍ୟ ସହରଗୁଡ଼ିକରେ ୩୦ରୁ ୩୭ ପ୍ରତିଶତ ପ୍ରଦୂଷଣ ମାତ୍ରା କମିଛି। ଯେବେଠାରୁ ସାରା ଦେଶରେ ଲକଡାଉନ୍‌ ଆରମ୍ଭ ହୋଇଛି ତାହାର କିଛି ଦିନ ପରେ ବାୟୁ ପ୍ରଦୂଷଣ ମାତ୍ରା କମିବାରେ ଲାଗିଛି। ତେଣୁ ଲୋକେ ପୂର୍ବ ଅପେକ୍ଷା ଅଧିକ ସ୍ବଚ୍ଛ ବାୟୁ ନେଉଛନ୍ତି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।

Share