ରାଜ୍ୟର ୨୩ ଜିଲାକୁ ଡେଇଁଲାଣି କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୩ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। ରବିବାର ସମ୍ବଲପୁର ଜିଲାକୁ କରୋନା ଛୁଇଁଥିବା ବେଳେ ସୋମବାର ଏଥିରେ ଯୋଡ଼ି ହୋଇଛି କନ୍ଧମାଳ। ଗତକାଲି ସମ୍ବଲପୁରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପ୍ରଥମଥର ପାଇଁ କନ୍ଧମାଳରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଗଞ୍ଜାମ ସର୍ବାଗ୍ରେ ରହିଛି। ଏହି ଜିଲାରେ ମୋଟ୍‌ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୨୫୬ ଚିକିତ୍ସାଧୀନ ଅଛନ୍ତି। ୪୯ ସୁସ୍ଥ। ସେହପରି ଯାଜପୁର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୨ୟ ସ୍ଥାନରେ ରହିଛି। ଏହି ଜିଲାରେ ୧୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୮୨ ଜଣ ଚିକିତ୍ସାଧୀନ ଅଛନ୍ତି। ୫୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ବର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ତୃତୀୟ ସ୍ଥାନରେ ରହିଛି। ଏଠାରେ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫ ଚିକିତ୍ସିତ ହେଉଛନ୍ତି। ୨୪ ସୁସ୍ଥ ହୋଇଛନ୍ତି । ଭଦ୍ରକରେ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଚିକିତ୍ସିତ ହେଉଛନ୍ତି। ୨୧ ସୁସ୍ଥ। ସେହିପରି ଖୋର୍ଦ୍ଧାରେ ୬୦ ପଜିଟିଭ୍‌ ମଧ୍ୟରୁ ୧୩ ଚିକିତ୍ସାଧୀନ, ୪୫ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ାରେ ୩୦ ଚିହ୍ନଟ, ୨ ସୁସ୍ଥ, ୨୫ ଚିକିତ୍ସାଧୀନ। ସେହିପରି ଜଗତସିଂହପୁରରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ସୁନ୍ଦରଗଡ଼ରେ ୨୭ ଆକ୍ରାନ୍ତ ଚିହ୍ନଟ, ୧୨ ସୁସ୍ଥ, ୨୫ ଚିକିତ୍ସିତ। ପୁରୀରେ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଜଣେ ସୁସ୍ଥ ହୋଇଛନ୍ତି। କଟକରେ ୨୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ସୁସ୍ଥ, ୨୧ ଚିକିତ୍ସାଧୀନ ଅଛନ୍ତି। ଅନୁଗୋଳରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝରରେ ୮ କରୋନା ଚିହ୍ନଟ, ୬ ଚିକିତ୍ସିତ, ୨ ସୁସ୍ଥ। ବଲାଙ୍ଗୀରରେ ୬ ଆକ୍ରାନ୍ତ ଚିହ୍ନଟ। ବୌଦ୍ଧରେ ୫ ଆକ୍ରାନ୍ତ ଚିହ୍ନଟ। ଦେବଗଡ଼ରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ସୁସ୍ଥ। ମୟୂରଭଞ୍ଜରେ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଚିକିତ୍ସାଧୀନ। ନୟାଗଡ଼ରେ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗଡ଼ାରେ ୨। ଉଭୟ ସୁସ୍ଥ ହୋଇସାରିଛନ୍ତି। କଳାହାଣ୍ଡିରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇଜଣ ଯାକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସମ୍ବଲପୁରରେ ରବିବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରେ ସୋମବାର ପ୍ରଥମଥର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳରେ ଜଣେ ଏବଂ କୋରାପୁଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉଭୟେ ସୁସ୍ଥ ହୋଇଛନ୍ତି।

Share