ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ୧୦୦ ଟଙ୍କା ଲେଖାଏ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର, ୧।୫(ବ୍ୟୁରୋ): ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା। ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଏହି ସୁବିଧା ପାଇବେ। ଏହି ହିତାଧିକାରୀମାନେ ପ୍ରତି ମାସରେ ୧୦୦ ଟଙ୍କା ଲେଖାଏ ପାଇବେ। ଏ ନେଇ ଶୁକ୍ରବାର ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ମୋଟ ୪୮ ଲକ୍ଷ ହିତାଧିକାରୀ ୧୦୦ ଟଙ୍କା ଲେଖାଏ ପାଇବେ। ମେ’ ମାସ ମଧ୍ୟରେ ସହାୟତା ବାବଦ ଅର୍ଥ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି କିନ୍ନର ମାନଙ୍କ ପାଇଁ କାମ କରୁଥିବା ୧୧ ଟି ଅନୁଷ୍ଠାନକୁ ସହାୟତା ପ୍ରଦାନ କରାଯିବ । ୧୧ଟି ଅନୁଷ୍ଠାନଙ୍କୁ ୨କୋଟି ୫୦ଲକ୍ଷ ଟଙ୍କା ଦିଆଯିବ । ଏହି ଅନୁଷ୍ଠାନ କିନ୍ନରମାନଙ୍କୁ ସଚେତନ ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Share