ରାଜ୍ୟର ୭ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । କଟକରେ ଅଶ୍ବିନୀ ହସ୍ପିଟାଲ, ଯାଜପୁର ଡୁବୁରୀଠାରେ ଟାଟା ହସ୍ପିଟାଲ, କେନ୍ଦୁଝର ଜିଲାର ଯୋଡ଼ାଠାରେ ଟାଟା ହସ୍ପିଟାଲ, ଖୋର୍ଦ୍ଧା ଜିଲା ଭୁବନେଶ୍ବରସ୍ଥିତ କିମ୍ସ ଓ ସମ୍‌ ହସ୍ପିଟାଲ, ପୁରୀ ଆଇଡି ହସ୍ପିଟାଲ ଏବଂ ସୁନ୍ଦରଗଡ଼ ଜିଲାର ରାଉରକେଲାଠାରେ ହାଇଟେକ୍‌ ମେଡିକାଲ କଲେଜରେ ଏହି ସେବା ଉପଲବ୍ଧ ହେଉଛି ବୋଲି ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଥିବାବେଳେ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଟୁଇଟ୍‌ କରି ସୂଚନା ଦିଆଯାଇଛି। କଟକ ଅଶ୍ୱିନୀ ହସ୍ପିଟାଲରେ ୧୫୦ ବେଡ୍‌, ଯାଜପୁର ଟାଟା ହସ୍ପିଟାଲରେ ୧୫୦ ବେଡ୍‌, କେନ୍ଦୁଝର ଟାଟା ହସ୍ପିଟାଲରେ ୫୦ ବେଡ୍‌, କିମ୍ସ ହସ୍ପିଟାଲରେ ୪୫୭, ସମ୍‌ରେ ୫୦୦, ପୁରୀ ଆଇଡିଏଚ୍‌ରେ ୪୦ଟି ଏବଂ ସୁନ୍ଦରଗଡ଼ର ହାଇଟେକ୍‌ ହସ୍ପିଟାଲରେ ୨୦୦ ବେଡ୍‌ ବ୍ୟବସ୍ଥା କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି।

Share