Categories: ଜାତୀୟ

ରାଜ୍ୟସଭାରେ ସିଟ୍‌ ପରିବର୍ତ୍ତନକୁ ନେଇ କ୍ରୋଧିତ ହେଲେ ସଞ୍ଜୟ: ଭେଙ୍କିୟାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୦।୧୧: ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଗୃହରେ ଏନ୍‌ଆରସି, ପ୍ରଦୂଷଣ ଓ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଥିଲା। ଏହାରି ଭିତରେ ରାଜ୍ୟସଭା ଚ୍ୟାମ୍ବରରେ ନିଜର ସିଟ୍‌ ପରିବର୍ତ୍ତନକୁ ନେଇ ଶିବସେନାନର ଟାଣୁଆ ନେତା ତଥା ଏମ୍‌ପି ସଞ୍ଜୟ ରାଉତ କ୍ରୋଧିତ ହୋଇପଡ଼ିଥିଲେ। ଏନେଇ ବାଚସ୍ପତି ଭେଙ୍କିୟା ନାଇଡୁଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏଭଳି ପରିବର୍ତ୍ତନ ଜାଣିଶୁଣି କରାଯାଇଛି। ଏହା ଶିବସେନାର ଭାବନାକୁ ଆଘାତ ପହଞ୍ଚାଇବା ସହ ଦଳର ସ୍ବରକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି ବୋଲି ସଞ୍ଜୟ ଚିଠିରେ ଉଲ୍ଲେଖ କରିଛନ୍ତି।

Share