ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ମୁନିବର ସମ୍ବର୍ଦ୍ଧିତ

ଚମ୍ପୁଆ,୨୭।୧(ଡି.ଏନ.ଏ)-କଣ୍ଢେଇ ନାଚର ପ୍ରତିଭା ପାଇଁ ଚମ୍ପୁଆ ବ୍ଲକ ଅଧୀନ ରଙ୍ଗାମାଟିଆ ପଞ୍ଚାୟତ ଟିଆଁସପଶି ଗ୍ରାମର ମୁନିବର ସିଂ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁନିବରଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ରତିଭା ସ୍ବୀକୃତି ପତ୍ର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବାବେଳେ କଣ୍ଢେଇ ନାଚ ପ୍ରତି ଆଗ୍ରହ ଆଜି ମୁନିବରକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି।