ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ଜୟନ୍ତୀ: ଗୁଆଝରରେ ୫୧ ପାଇକ ଆଖଡ଼ା ଦଳ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ୍‌.ଏ.): ବୁଧବାର ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗୁଆଝରରେ ରାଜ୍ୟର ୫୧ ପାଇକ ଆଖଡା ଦଳ ସେମାନଙ୍କର ସମରକଳା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳଗୁଡିକୁ ଗୁରୁବାର ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଡ. ମହାତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ସାଧାରଣ ସମ୍ପାଦକ ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ଦୁଃଶାସନ ସ୍ବାଇଁ, କେଦାରନାଥ ମହାପାତ୍ର ଯୋଗ ଦେଇଥିଲେ। ବିଚାରକ ଭାବେ ଇଂ. ସଚ୍ଚିଦାନନ୍ଦ ସୁନ୍ଦରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share