ରାଜ୍ୟସ୍ତରୀୟ ପାଓ୍ବାର ଲିଫ୍ଟି ଚାମ୍ପିୟନଶିପ: ତେନ୍ତୁଳିଖୁଣ୍ଟିରୁ ଭାଗ ନେବେ ୮ ଜଣ

ତେନ୍ତୁଳିଖୁଣ୍ଟି, ୨୮।୧୧(ଡି.ଏନ.ଏ)-ପାଓ୍ବାର ଲିଫ୍ଟି ଆସୋସିଏଶନ ଅଫ ଓଡିଶା ଦ୍ୱାରା ହେବାକୁ ଥିବା ପାଓ୍ବାର ଲିଫ୍ଟି ଚାମ୍ପିୟନସିପ-୧୯ରେ ନବରଙ୍ଗପୁର ଜିଲାରୁ ୧୦ ଜଣ ଭାଗ ନେଉଛନ୍ତି। କେବଳ ତେନ୍ତୁଳିଖୁଣ୍ଟି ବ୍ଲକରୁ ୮ ଜଣ ବିଭିନ୍ନ ବର୍ଗରେ ଭାଗ ନେଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକରୁ ସବିର କୁମାର ବାଘ, ପ୍ରଣୟ ଟାକ୍ରି, ମନ୍ଦାର ଜାନୀ, ପରିମଳ ସୁନା, ସତ୍ୟବାନ ହରିଜନ , ବିଶିକେସନ ଛତ୍ରିଆ, ନକୁଳ ହରିଜନ, ନକୁଳ ସାନ୍ତା ଏବଂ ନବରଙ୍ଗପୁର ବ୍ଲକରୁ ଘାସିରାମ ହରିଜନ, ରମେଶ ପାଲକା ପାଓ୍ବାର ଲିଫ୍ଟି ଚମ୍ପିୟାନସିପ-୧୯ରେ ଭାଗ ନେବେ। ବିଡିଓ ଅକ୍ଷମିତା କାର୍ତ୍ତିକ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପାଓ୍ବାର ଲିପ୍ଟର ରମେଶ ଗରାଡା, ନବରଙ୍ଗପୁର ଓ୍ବେଟ ଲିଫ୍ଟି ସଂଘର ପ୍ରବକ୍ତା ସିମିୟନ ବେପାରୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।