ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ : ଫୁଲବାଣୀ ଭବାନୀ କ୍ଲବ ଚାମ୍ପିୟନ

ଖଜୁରିପଡା,୧୦ା୧- ଖଜୁରିପଡା ବ୍ଲକ ଆର.ନୂଆଗାଁ ପଞ୍ଚାୟତ ଗରାକୁମ୍ପାରେ (ଇନସା) କ୍ଲବ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମି ଫାଇନାଲ ଫୁଲବାଣୀ ଭବାନୀ କ୍ଲବ ଓ ଆର.ନୂଆଗାଁ କ୍ଲବ ସହିତ ହୋଇଥିବା ବେଳେ ଭବାନୀ କ୍ଲବ ବିଜୟୀ ହୋଇଥିଲା। ସେହିଭଳି ଦ୍ୱିତୀୟ ସେମି ଫାଇନାଲ ଫୁଲବାଣୀ ଜେଡି କ୍ଲବ ଓ ଗୁଟିଙ୍ଗିଆ କ୍ଲବ ମଧ୍ୟରେ ହୋଇଥିଲା। ଏଥିରେ ଗୁଟିଙ୍ଗିଆ କ୍ଲବ ବିଜୟୀ ହୋଇଥିଲା। ଫାଇନାଲ ଖେଳ ଭବାନୀ କ୍ଲବ ଓ ଗୁଟିଙ୍ଗିଆ କ୍ଲବ ସହିତ ହୋଇଥିଲା। ଏଥିରେ ଭବାନୀ କ୍ଲବ ୪ ଗୋଲ କରି ଚାମ୍ପିୟନ ହୋଇଥିଲା। ରେଫରି ଓ ଲାଇନ୍ସମ୍ୟାନ ଭାବେ ସରୋଜ ମୁନି, ସୁନିଲ ବେହେର, ସୁଜିତ ରାଜହଂସ, ପ୍ରତାପ ପ୍ରଧାନ ପରିଚାଳନା କରିଥିଲେ। କଳାକାର ଜଳନ୍ଧର ବେହେରାମୁଖ୍ୟ ଅତିଥି, ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର, ଆର.ନୂଆଗାଁ ସରପଞ୍ଚ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share