ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୦ ଖେଳାଳି

ବାରିପଦା ଅଫିସ,୨୨ା୧୦- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲା ଅନ୍ତର୍ଗତ ଚନ୍ଦ୍ରଶେଖର ବେହେରା ଜିଲା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ମାର୍ଗଦର୍ଶନ ଓ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷିକ ଭାଗୀରଥି ମଲିକଙ୍କ ନେତୃତ୍ୱରେ ଉଭୟ ବର୍ଗର ୨୦ଜଣ ଖେଳାଳି ସମ୍ବଲପୁର ଅଭିମୁଖେ ଯାତ୍ର ା କରିଛନ୍ତି। ଜେନେରାଲ ମ୍ୟାନେଜର ଭାବେ ଭାଗବତଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ଦୀପକ ରାମ ଏବଂ ବାଳକ ଟିମ୍‌ ମ୍ୟାନେଜର ଭାବେ ଆଦିତ୍ୟ କାନୁନ୍‌ଗୋ, ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ପ୍ରଦୀପ କୁମାର ଚୌଧୁରୀ ଏବଂ ବାଳିକା ଟିମ୍‌ ମ୍ୟାନେଜର ଭାବେ ଇଚିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଇଟି ପ୍ରିୟଙ୍କା ଜୟସ୍ବାଲ ପ୍ରମୁଖ ମଧ୍ୟ ଖେଳାଳିମାନଙ୍କ ସହ ଗସ୍ତ କରିଛନ୍ତି।