ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଲାଗି ବୁଲିବ ମାସ୍କଟ୍‌

ଭଦ୍ରକ ଅଫିସ,୧୬।୧୨: ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଭଦ୍ରକରେ ଅନୁଷ୍ଠିତ ହେବ। ତେଣୁ ଜିଲାରେ ସଚେତନତା ପାଇଁ ଏକ ମାସ୍କଟକୁ ବିଧାୟକ ପ୍ରଫୁଲ୍ଲ ସାମଲ ସୋମବାର ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ପିଡି ମଧୁସୂଦନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।