ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟବଲ୍‌: ମୟୂରଭଞ୍ଜକୁ ସଫଳତା

ବାରିପଦା ଅଫିସ,୨୭ା୧୨- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ ବର୍ଗର ରଗ୍‌ବୀ ଫୁଟବଲ୍‌ ପ୍ରତିଯୋଗିତା ଚଳିତ ମାସ ୨୨ ଓ ୨୩ ତାରିଖରେ ଭୁବନେଶ୍ୱରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୟୂରଭଞ୍ଜ ଜିଲାକୁ ସଫଳତା ମିଳିଛି। ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ମୟୂରଭଞ୍ଜ ଦଳ ଭୁବନେଶ୍ୱର ଦଳ ସହିତ ଫାଇନାଲ ମ୍ୟାଚ ଖେଳି ରନର୍ସଅପ ହୋଇଛି। ସେହିପରି ୧୭ ବର୍ଷରୁ କମ୍‌ ବାଳିକା ଦଳ ମଧ୍ୟ ଭୁବନେଶ୍ୱର ଦଳ ସହିତ ଫାଇନାଲ ମ୍ୟାଚ ଖେଳି ରନର୍ସଅପ ହୋଇଛି। ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ବରଗଡ଼ ସହିତ ଫାଇନାଲ ମ୍ୟାଚରେ ଖେଳି ରନର୍ସଅପ ହୋଇଛି। ୩ଟି ବର୍ଗରେ ଦଳ ଖେଳି ରାଜ୍ୟସ୍ତରରେ ରନର୍ସ ଅପ ହୋଇଥିବାରୁ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଯାଇଛି।