ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ଓ ପରେଡ୍‌ ରବିବାର ମହାତ୍ମାଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଛନ୍ତି। ପ୍ରଥମ ଥର ପାଇଁ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ପରେଡ୍‌ରେ ମୋଟ ୪୮ଟି ଟ୍ରୁପ୍‌ ଭାଗ ନେଇଥିବା ବେଳେ ଏଗୁଡ଼ିକର ନେତୃତ୍ୱ ଡିସିପି ସାଗରିକା ନାଥ ନେଇଛନ୍ତି। ପରେଡ୍‌ରେ ୧୨ଟି ପ୍ରଜ୍ଞାପନ ମେଢ଼ ଭାଗ ନେଇଥିବା ଜଣାପଡ଼ିଛି।

Share