ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା:ସମ୍ବଲପୁରର ସୌରଭ କୁମାର ସାହୁ ଚାମ୍ପିୟନ

ଜୟପୁର, ୩।୩ (ନି.ପ୍ର)

ଜୟପୁର ଲେକ ପ୍ଲେସିଡ ସଭାଗୃହଠାରେ କୋରାପୁଟ ସୁନ୍ଦର ସ୍ବାସ୍ଥ୍ୟ ଓ ସୁନ୍ଦର ଶରୀର ସଂଘ ତରଫରୁ ରାଜ୍ୟସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ା ସନ୍ତୋଷ କ୍ଲାସିକ ୨୦୨୦ ନାମରେ ଏହା ଆୟୋଜିତ ହୋଇଥିଲା ା ଏଥିରେ ବିଭିନ୍ନ କିଲୋ ବର୍ଗର ପ୍ରତିଯୋଗୀ ଭାଗ ନେଇଥିଲେ ା ୨୧୦ ପ୍ରତିଯୋଗୀ ୫୫ କିଲୋ ବର୍ଗରେ ଭାଗ ନେଇଥିଲେ। ଏଥିରେ ସୁଶାନ୍ତ ମଣିଆକା ପ୍ରଥମ, ଅର୍ଜୁନ ଅଡାର ଦ୍ୱିତୀୟ , ଜଗନ୍ନାଥ ପରିଜା ତୃତୀୟ, ଅକ୍ଷୟ କୁମାର ପ୍ରଧାନ ଚତୁର୍ଥ ଓ ପ୍ରଫୁଲ କୁମାର ଗୁଣ୍ଠା ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ା ସେହିପରି ୬୦ କିଲୋ ବର୍ଗରେ ବିକାଶ ରାମ ପ୍ରଥମ, କାର୍ତ୍ତିକ ଦାସ ଦ୍ୱିତୀୟ, ଶଙ୍କର ମେହେର ତୃତୀୟ, ଧୀରଜ କୁମାର ରାଓ ଚତୁର୍ଥ ଓ ଜୟରାମ ବଡନାୟକ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ା ୬୫ କିଲୋ ବର୍ଗରେ ବୋଳା ନାୟକ ପ୍ରଥମ, ରୁମନ ବର୍ଗଭା ଦ୍ୱିତୀୟ, ସୁରେନ୍ଦ୍ର କୁମାର ଦାଶ ତୃତୀୟ, ମହେଶ ନରେଶୁ ଚତୁର୍ଥ, ସଂଗ୍ରାମ କେଶରୀ ପ୍ରଧାନ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ା ଖେଳୁଆଡ ବର୍ଗରେ ସୁମନ ବଗର୍ତ୍ତି ପ୍ରଥମ, ରବୀନ କୁମାର ସାହୁ ଦ୍ୱିତୀୟ , ସନ୍ଦୀପ କୁମାର ଡାଲି ତୃତୀୟ, ସନ୍ତୋଷ ବକ୍ସି ଚତୁର୍ଥ ଓ ରୁତୁରାଜ ରାଉତ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଦିବ୍ୟାଙ୍ଗ ବର୍ଗର ପୌରପରିଷଦ ବ୍ୟାୟାମ ଶାଳା କୋରାପୁଟର ଜଗନ୍ନାଥ ପରଜା ପାଇଥିବା ବେଳେ ଶେଷରେ ପ୍ରତ୍ୟେକ ବର୍ଗରୁ ନେଇ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ା ଏଥିରେ ସମ୍ବଲପୁରର ସୌରଭ କୁମାର ସାହୁ ଚାମ୍ପିୟନ ହୋଇଛନ୍ତି ା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନିରଞ୍ଜନ ଦାସ ଓ କିଶୋର ଚନ୍ଦ୍ର ହୋତା ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ନରେନ୍ଦ୍ର ନାଥ ନାୟକ, ଉପ ସଭାପତି ଜଗଦୀଶ ଚନ୍ଦ୍ର ମିଶ୍ର, ସଙ୍ଗଠନ ସମ୍ପାଦକ ସନ୍ତୋଷ ନାୟକ, ପ୍ରଦୀପ କୁମାର ମହାପାତ୍ର , ତୁଳସୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ ା

Share